ଧନ୍ୟ ମୋର ପିତାମାତା
ସୁଶ୍ରୀ ମୋନାଲିସା ସ୍ବାଇଁ
ଧନ୍ୟ ମୋର ପିତାମାତା
ଜନମିଛି ଯାହା କୋଳରେ
ନାନାବାୟା ଗୀତ ଶୁଣି
ଶୋଇଛି ତାଙ୍କ ପଣତରେ
ନିଜେ ନଖାଇ, ମତେ ଖାଇବାକୁ ଦେଇ
ବଡ ମଣିଷ କରିଛନ୍ତି ତାଙ୍କ ହାତରେ ।
କେତେ ଅଳି ଅଝଟକୁ
ମୋର ସହିଯାଆନ୍ତି
ଅନେକ ଖରାପ କଥାକୁ
ମତେ ଦୂରେଇ ନିଅନ୍ତି
ଭଲମଣିଷ ହେବାକୁ
ବାରମ୍ବାର ଉପଦେଶ ଦିଅନ୍ତି
ତାଙ୍କ ଅଭାବ, ଅସୁବିଧା
କେବେ ନ ଜଣାନ୍ତି
ଧନ୍ୟ ଧନ୍ୟ ମୋ ଜୀବନ
ମୋ ବାପା- ମାଆ ଭଳି କେହି ବି ନାହାନ୍ତି ।
ଝିଅ ବୋଲି ଭାବି କେବେ
ମତେ ଅନାଦର କରି ନାହାନ୍ତି
ପୁଅ ଭଳି ମତେ ପାଳି
ସବୁ ସ୍ଵାଧୀନତା ଦେଇଛନ୍ତି
ସମାଜରେ ହେଉଥିବା
ନ୍ୟ ଧନ୍ୟ ମୋ
ନାରୀ ନିର୍ଯାତନା ଆଉ ଅତ୍ୟାଚାରକୁ
ଦେଖି ଲଢିବାର ମନ୍ତ୍ର ଶିଖାନ୍ତି।
ଧନ୍ୟ ଧନ୍ୟ ମୋ ଜୀବନ
ମୋ ବାପା-ମାଆ ଭଳି କେହିବି ନାହାଁନ୍ତି ।
ଆମ ଖୁସି ଦେଖି ସେମାନେ ଖୁସି ହୁଅନ୍ତି
ଆମ ଦୁଃଖ ଦେଖିଲେ
ସେମାନେ କାନ୍ଦି ପକାନ୍ତି
ଧନ୍ୟ ଧନ୍ୟ ମୋ ପିତାମାତା
ଯେଉଁଠି ଜନ୍ମ ହୋଇ ମୁଁ ପାଇଛି ସୁଖ ଶାନ୍ତି ।
ଦେଖି ଲଢିବାର ମନ୍ତ୍ର ଶିଖାନ୍ତି।
ଧନ୍ୟ ଧନ୍ୟ ମୋ ଜୀବନ
ମୋ ବାପା-ମାଆ ଭଳି କେହିବି ନାହାଁନ୍ତି ।
ଆମ ଖୁସି ଦେଖି ସେମାନେ ଖୁସି ହୁଅନ୍ତି
ଆମ ଦୁଃଖ ଦେଖିଲେ
ସେମାନେ କାନ୍ଦି ପକାନ୍ତି
ଧନ୍ୟ ଧନ୍ୟ ମୋ ପିତାମାତା
ଯେଉଁଠି ଜନ୍ମ ହୋଇ ମୁଁ ପାଇଛି ସୁଖ ଶାନ୍ତି ।
