ପାଠାଗାର ପାଇଁ ପଦେ

ଶ୍ରୀ ଅଦ୍ଵିତ କୁମାର ଜେନା

      ଆଜି ସବୁଠି  ଉଛବ  ମୁଖର ହୋଇଉଠିଛି ବିଦ୍ୟାଦାୟିନୀ ମା ସରସ୍ବତୀ ଦେବୀଙ୍କର ଆଦି ଅନାଦି କାଳରୁ ପୂଜା ଅର୍ଚନା  | ପ୍ରତେକ ପାଠାଗାର, କ୍ଳବ , ସ୍କୁଲ, କଲେଜ ଓ ଅନ୍ୟ ଆନ୍ୟ ପାଠ୍ୟକ୍ରମ  ସାଲରେ | ଆଜି ଆମ ଗ୍ରାମର ଅନନ୍ତ ବାସୁଦେବ ପାଠାଗାର ର ବିଶେଷତ୍ୱ ନିଆରା | ପ୍ରତି ବର୍ଷ ପୂଜା ହୁଏ, ଆଜିକାର ପୂଜାରେ ପାଠାଗାର ଜୀବନ୍ତ ରଙ୍ଗରୂପ ଏକ ବରଦାନ ଭଳି ଲାଗୁଛି | ହୁଏତ ମୋ ଜାଣିବାରେ ଏ ପାଠାଗାର ୫୦ ବର୍ଷରୁ ଉର୍ଧ ହେବ, କିନ୍ତୁ ସରକାର ସ୍ୱେକୃତି ପାଇବା ଅଳ୍ପ ବର୍ଷ ହୋଇପରେ | ପ୍ରଥମତଃ , ଏହି ପାଠାଗାର ପୁରୁଣା ସଭ୍ୟ ବା କର୍ମ କର୍ତ୍ତାମାନେ ଦେଶ, ବିଦେଶରେ ନାମୀ, ଦାମୀ, ଜ୍ଞାନୀ ଓ ବୁଦ୍ଧିଜୀବୀ ହିସାବରେ ନିଜକୁ ଗଢି ତୋଳିବାରେ ଏହି ପାଠାଗାରର ଅବଦାନ ବହୁତ | କେବଳ ଯେ ଅଲାଣ୍ଡ ଗ୍ରାମର ସଭ୍ୟ ଥିଲେ ତା ନୁହେ, ପ୍ରାୟ ଆଖପାଖ ୫ ରୁ ୧୦ ଯୁବ ବନ୍ଧୁଙ୍କ ମଧ୍ୟରେ ଅତୁଟ ଭାଇଚାରା ସୃଷ୍ଟି କରିଥିଲା | ମୂଳତଃ, ଏହି ଗାଁ ମାନଙ୍କର ସଭ୍ୟମାନେ ଏପର୍ଯ୍ୟନ୍ତ ସମସ୍ତ ନିଜର ପରିବାରର ସଦାଷୟ ରୂପେ ଚାଲିଆସୁଛନ୍ତି |

    ପାଠାଗାରଟିକୁ ସରସ ସୁନ୍ଦର କରି ଗଢିତୋଳିବା ନିମନ୍ତେ ଯେଉଁ ପ୍ରଚେଷ୍ଠା ଜାରିରଖିବାକୁ ଚେଷ୍ଟାକରୁଥିବା ଉପଦେଷ୍ଠା କମିଟିର ସଭ୍ୟମାନଙ୍କୁ ସହଯୋଗର ହାତବଢାଇବାକୁ କେହିନାହାନ୍ତି | ଦୁଃଖ ଓ ପରିତାପର ବିଷୟ, ବର୍ତମାନର ଡିଜିଟାଲ ଯୁଗର ପିଢ଼ିମାନେ ସଦା ସର୍ବଦା ମୋବାଇଲ ଖେଳିବାରେ  ସମୟ ଅତିବାହିତ କରୁଛନ୍ତି, କେହିତଃ ଭଲ କାର୍ଯ୍ୟ ଶିଖୁଥିଲେ, ପ୍ରାୟତଃ ୬୦% ଖରାପ କାର୍ଯ୍ୟରେ ନିଜକୁ ନିଓଜିତ କରୁଛନ୍ତି | ଏହାର କାରଣ ବାପା, ମା ଓ ଅଭିଭାବକ ପୁରାତନ ରୀତି ନୀତିରୁ ଦୁରେଇ ଯାଇ ନିଜର ନୈତିକତା, ସ୍ୱେକୃତି , ଆଚାର, ବ୍ୟବହାର , ଶିକ୍ଷା ଲାଭର ମୂଳପୀଣ୍ଡି ପାଠାଗାରକୁ ମନ ପକାଇ ପାରୁନାହାନ୍ତି | ବର୍ତମାନ ପରମ୍ପରାର ଅବକ୍ଷୟ ହେବାକୁ ଲାଗିଛି | ପ୍ରତେକ ପିଲା ନିଜ ଗୁରୁଜନ ମାନଙ୍କୁ ଛାଡ଼ିଦେଇ ହିତାକାଂକ୍ଷୀ ଭାବେ ଗାଁ ର ଶିକ୍ଷିତ, ବୁଦ୍ଧିଜୀବୀ ଓ ପୁରୁଖାଲୋକଙ୍କ କଥା ମାନିବାକୁ ଆରଜି | କାରଣ ବାପା, ମା ମାନେ ତାଙ୍କ ଘରଠାରୁ ପାଖଆଖ ଗାଁ ର ଗୁରୁଜନଙ୍କୁ  ସଂମ୍ମାନ୍ନ ଦେଉଥିଲେ ତାହା ପିଲାମାନଙ୍କ  ଉପରେ ପ୍ରଭାବ ପଡୁଥିଲା , ଯାହାଦ୍ୱାରା କେତେ ପିଢ଼ିର ଯୁବକ , ଯୁବତୀ ମାନେ ଭଲ ଶିକ୍ଷା, ସଂକୃତି, ନୀତି ଓ ନୈତିକତା ଭିତରେ ନିଜକୁ ଗଢି ତୋଳି ଆଜି ଦେଶ ବିଦେଶରେ ବୁଦ୍ଧିଜୀବୀ, ଶିକ୍ଷିତ ହିସାବରେ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି | ଏହି  ଅପସଂକୃତିରୁ ମୁକ୍ତି ହେବାପାଇଁ ଗୋଟିଏ ମାଧ୍ୟମ ପାଠାଗାରର ପ୍ରକୃତ ସମୃଦ୍ଧି ସହିତ ନିଜକୁ ପାଠାଗାରରେ ନିୟୋଜନକଲେ ସମାଜର ଉନ୍ନତି ହୋଇପାରିବ | ଗାଁ ରୁ ସମାଜ ମଧ୍ୟ ଶିକ୍ଷାଲାଭ କରିବା ସହିତ ଏକ ଆଦର୍ଶ ପାଠାଗାରରେ ପରିଣତ କରିବା ନିମନ୍ତେ ଯେଉଁ ଯୁବ ବନ୍ଧୁମାନେ ତାଙ୍କ ପ୍ରଚେଷ୍ଠା ଚଳାଇଛନ୍ତି ସେମାଙ୍କୁ ମୋର ଧନ୍ୟବାଦ ଓ ଗୁରୁଜନମାନଙ୍କୁ ମୋର ବିନମ୍ର ପ୍ରଣାମ |

Shopping Cart

You cannot copy content of this page