ଧନ୍ୟ ମୋର ପିତାମାତା

ସୁଶ୍ରୀ ମୋନାଲିସା ସ୍ବାଇଁ

ଧନ୍ୟ ମୋର ପିତାମାତା

ଜନମିଛି ଯାହା କୋଳରେ

ନାନାବାୟା ଗୀତ ଶୁଣି

ଶୋଇଛି ତାଙ୍କ ପଣତରେ

ନିଜେ ନଖାଇ, ମତେ ଖାଇବାକୁ ଦେଇ

ବଡ ମଣିଷ କରିଛନ୍ତି ତାଙ୍କ ହାତରେ ।

କେତେ ଅଳି ଅଝଟକୁ

ମୋର ସହିଯାଆନ୍ତି

ଅନେକ ଖରାପ କଥାକୁ

ମତେ ଦୂରେଇ ନିଅନ୍ତି

ଭଲମଣିଷ ହେବାକୁ

ବାରମ୍ବାର ଉପଦେଶ ଦିଅନ୍ତି

ତାଙ୍କ ଅଭାବ, ଅସୁବିଧା

କେବେ ନ ଜଣାନ୍ତି

ଧନ୍ୟ ଧନ୍ୟ ମୋ ଜୀବନ

ମୋ ବାପା- ମାଆ ଭଳି କେହି ବି ନାହାନ୍ତି ।

ଝିଅ ବୋଲି ଭାବି କେବେ

ମତେ ଅନାଦର କରି ନାହାନ୍ତି

ପୁଅ ଭଳି ମତେ ପାଳି

ସବୁ ସ୍ଵାଧୀନତା ଦେଇଛନ୍ତି

ସମାଜରେ ହେଉଥିବା

ନ୍ୟ ଧନ୍ୟ ମୋ

ନାରୀ ନିର୍ଯାତନା ଆଉ ଅତ୍ୟାଚାରକୁ

ଦେଖି ଲଢିବାର ମନ୍ତ୍ର ଶିଖାନ୍ତି।

ଧନ୍ୟ ଧନ୍ୟ ମୋ ଜୀବନ

ମୋ ବାପା-ମାଆ ଭଳି କେହିବି ନାହାଁନ୍ତି ।

ଆମ ଖୁସି ଦେଖି ସେମାନେ ଖୁସି ହୁଅନ୍ତି

ଆମ ଦୁଃଖ ଦେଖିଲେ

ସେମାନେ କାନ୍ଦି ପକାନ୍ତି

ଧନ୍ୟ ଧନ୍ୟ  ମୋ ପିତାମାତା

        ଯେଉଁଠି ଜନ୍ମ ହୋଇ ମୁଁ ପାଇଛି ସୁଖ ଶାନ୍ତି ।            

ଦେଖି ଲଢିବାର ମନ୍ତ୍ର ଶିଖାନ୍ତି।

ଧନ୍ୟ ଧନ୍ୟ ମୋ ଜୀବନ

ମୋ ବାପା-ମାଆ ଭଳି କେହିବି ନାହାଁନ୍ତି ।

ଆମ ଖୁସି ଦେଖି ସେମାନେ ଖୁସି ହୁଅନ୍ତି

ଆମ ଦୁଃଖ ଦେଖିଲେ

ସେମାନେ କାନ୍ଦି ପକାନ୍ତି

ଧନ୍ୟ ଧନ୍ୟ  ମୋ ପିତାମାତା

        ଯେଉଁଠି ଜନ୍ମ ହୋଇ ମୁଁ ପାଇଛି ସୁଖ ଶାନ୍ତି ।            

Section Title

ଜୟ ଜୟ ବୀଣାପାଣି

ଜୟ ଜୟ ବୀଣାପାଣି ଶ୍ରୀ ବନମାଳୀ ବେହେରା ଜୟ ଜୟ ବୀଣାପାଣି ବ୍ରହ୍ମାଙ୍କ ନନ୍ଦିନୀ ଜୟ ଜୟ ବୀଣାପାଣି ବିଷ୍ଣୁଙ୍କ ଘରଣୀ || ୧ || ଜୟ ଜୟ ବୀଣାପାଣି ନାରଦ ଭଗିନୀ , ଜୟ ଜୟ ବୀଣାପାଣି ଘେନ ମା ଦାୟିନୀ || ୨ || ଜୟ ଜୟ ବୀଣାପାଣି ମରାଳ ବାହିନୀ...

ଓଁ ଶାନ୍ତି

ଓଁ ଶାନ୍ତି ବି. କେ. ସ୍ଵର୍ଣ୍ଣ     ସମୟର ଘଡି ଟିକ ଟିକ ହୋଇ ଅବିରାମ ଗତିରେ ଆଗକୁ ଗାଡ଼ିଚାଲିଛି | ଯେପରି ଦିନ ପରେ ରାତି ଓ ରାତି ପରେ ଦିନ, ସେହିପରି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗର ପୁନରାବୃତି ଘଟିଥାଏ | ଏହି ଅବିନାଶୀ...

ମୋ ଗାଁ

ମୋ ଗାଁ ଶ୍ରୀ ଦିଗବାହକ ସୁବାସ କୁମାର ସ୍ଵାଇଁ ଗାଁଟି ମୋର ସରଗଠୁ ବଡ଼ଜନମିଛି ମୁଁ ତା କୋଳେ,ଧୂଳି ଖେଳଠାରୁ ଭୋଜିଭାତ ଯେତେକରିଛି ସାଥିଙ୍କ ମେଳେ। ଅନନ୍ତ ସାଗର କେତେ ମନୋହରକେତେ ଶାନ୍ତି ତା ତିରେ,ମନ୍ଦିର ପ୍ରାଙ୍ଗଣେ ଜାଗର ଯାତରାମନେପଡେ...

ପାଠାଗାର ପାଇଁ ପଦେ

ପାଠାଗାର ପାଇଁ ପଦେ ଶ୍ରୀ ଅଦ୍ଵିତ କୁମାର ଜେନା       ଆଜି ସବୁଠି  ଉଛବ  ମୁଖର ହୋଇଉଠିଛି ବିଦ୍ୟାଦାୟିନୀ ମା ସରସ୍ବତୀ ଦେବୀଙ୍କର ଆଦି ଅନାଦି କାଳରୁ ପୂଜା ଅର୍ଚନା  | ପ୍ରତେକ ପାଠାଗାର, କ୍ଳବ , ସ୍କୁଲ, କଲେଜ ଓ ଅନ୍ୟ ଆନ୍ୟ ପାଠ୍ୟକ୍ରମ ...

ଧନ୍ୟ ମୋର ପିତାମାତା

ଧନ୍ୟ ମୋର ପିତାମାତା ସୁଶ୍ରୀ ମୋନାଲିସା ସ୍ବାଇଁ ଧନ୍ୟ ମୋର ପିତାମାତା ଜନମିଛି ଯାହା କୋଳରେ ନାନାବାୟା ଗୀତ ଶୁଣି ଶୋଇଛି ତାଙ୍କ ପଣତରେ ନିଜେ ନଖାଇ, ମତେ ଖାଇବାକୁ ଦେଇ ବଡ ମଣିଷ କରିଛନ୍ତି ତାଙ୍କ ହାତରେ । କେତେ ଅଳି ଅଝଟକୁ ମୋର ସହିଯାଆନ୍ତି...

ଗାଁ ହାଲଚାଲ

ଗାଁ ହାଲଚାଲ ଶ୍ରୀ ସୁଧାକର ସ୍ବାଇଁ ଆମ ଗାଁରେ ସଂଧ୍ୟା ପହରେ ଶୁଭୁନାହିଁ ଆଉ ଭଜନ କୀର୍ତନ , ସଂଧ୍ୟାଧୂପଦେଇ  କେହି ଆଉ ଗାଉ ନାହାନ୍ତି ଛାନ୍ଦ ଆଉ ଜଣାଣ , ସଂଧ୍ୟା ହୋଇଗଲେ ଝିଅବୋହୂ ଏକାଠି ବସି ଦେଖୁଛନ୍ତି ଦୂରଦର୍ଶନ, ଗାଁ ଚଉପାଢୀରେ ଭାଗବତ...
Shopping Cart

You cannot copy content of this page