ଗାଁ ହାଲଚାଲ

ଶ୍ରୀ ସୁଧାକର ସ୍ବାଇଁ

ଆମ ଗାଁରେ ସଂଧ୍ୟା ପହରେ

ଶୁଭୁନାହିଁ ଆଉ ଭଜନ କୀର୍ତନ ,

ସଂଧ୍ୟାଧୂପଦେଇ  କେହି ଆଉ

ଗାଉ ନାହାନ୍ତି ଛାନ୍ଦ ଆଉ ଜଣାଣ ,

ସଂଧ୍ୟା ହୋଇଗଲେ ଝିଅବୋହୂ

ଏକାଠି ବସି ଦେଖୁଛନ୍ତି ଦୂରଦର୍ଶନ,

ଗାଁ ଚଉପାଢୀରେ ଭାଗବତ ପଢା ଯାଉନି ହୋଇଯାଇଛି ଶୂନ ସାନ,

ଗାଁ ମୁଣ୍ଡରେ ଖୋଲିଲାଣି ଏବେ

ଭଳିକି ଭଳି ଦୋକାନ |

ସ୍କୁଲ ପିଲାଏ ଖାଇଲେଣି

ଗୁଟକା ଆଉ ଖିଲିପାନ ,

ଚକୁଳି ପିଠାର ସ୍ଵାଦ ସରିତ ଗଲାଣି

ଏବେ ଇଟିଲି , ସମ୍ବର ଆଉ ମାଗି ଚାଉମିନ ,

ଆଟା ଆଉ ସୁଜିର ମିଶି ହେଉଅଛି ବରା ବିରୀର ନାମ ଗଂଧ ନାହିଁ, କିନ୍ତୁ ଖାଇବାକୁ ଧରାପରା,

ନାଲିପାଣିର ଚାହିଦା ବଢିତ ଗଲାଣି

ଶସ୍ଥାରେ ମିଳୁଛି ଏବେ ପ୍ୟାକପଲିଥିନ,

ଚାହାର ଆସର ଏବେ ହେଲାଣି ଘରେ ଘରେ ମନ ନାହିଁ କାହାର ଏବେ ପଖାଳ କଂସାରେ ,

ହଳ ବଳଦ ଆଉ ନାହିଁଟି କାହାର

ଜମି ଚାଷ କରୁଛି ଏବେ ଭଡାରେ ଟ୍ରାକଟର,

ଗାଁ ର ପୋଖରୀ ଏବେ ପଡିଛି ପଡିଆ ଦଳପୁର୍ଣ ହୋଇଅଛି ସବୁରି ଗାଡ଼ିଆ,

ବାଡ଼ିର କୂଅ ପୋତି ହୋଇ ଗଲାଣି

ସଭିଏଁ ପିଉଛନ୍ତି ନଳକୂପ ପାଣି ,

ଗାଁ ରେ ଦିଶୁନାହିଁ ଆଉ ଚାଳର ଛପର ସଭିଙ୍କର ହୋଇଲାଣି କଂକ୍ରିଟରେ ଘର ,

ଗାଁ ର ତୋଟା ନାହିଁ ବହୁ ନାହିଁ ଶୀତଳ ପବନ ବଢ଼ିଲାଣି ତାତି ଆସିଗଲେ ଗୀରିସମ,

ଗାଁ ର ଚଳଣି ଏବେ ବଦଳି ଗଲାଣି

ସହର ମୁହାଁ ସଭିଏଁ ଏବେତ ହେଲେଣି ,

ଗାଁ କୁ ନେଇ ସହର ସଭିଁଏଟି ଜାଣ

ଗାଁ କୁ ଭୁଲିଲେ ନିଶ୍ଚେ ପାଇବା କଷଣ ସହର କୁ କିଆଁ ଯାଇ ଖଟିବା ଦାଦନ ||

Shopping Cart

You cannot copy content of this page