ଓଁ ଶାନ୍ତି
ବି. କେ. ସ୍ଵର୍ଣ୍ଣ
ସମୟର ଘଡି ଟିକ ଟିକ ହୋଇ ଅବିରାମ ଗତିରେ ଆଗକୁ ଗାଡ଼ିଚାଲିଛି | ଯେପରି ଦିନ ପରେ ରାତି ଓ ରାତି ପରେ ଦିନ, ସେହିପରି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗର ପୁନରାବୃତି ଘଟିଥାଏ | ଏହି ଅବିନାଶୀ ପ୍ରକ୍ରିୟା ଅନାଦି କାଳରୁ ସ୍ଵତଃ ଚାଲି ଆସୁଛି | ବର୍ତମାନ ଆମେ ଉଣା ଅଧିକେ ସମସ୍ତେ ଜାଣିଛେ ଯେ କଳିଯୁଗ ବିଦ୍ୟମାନ ଏବେ ସମସ୍ତେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଇର୍ସା, ଆଳସ୍ୟ ଆଦି ବିକାରର ବଶବର୍ତ୍ତୀ ହୋଇ ଦୁଃଖ ଅଶାନ୍ତିରେ କଳାଜପାନ କରୁଛନିଂ | ଅଧର୍ମର ଚରମ ସୀମାରେ ଉପନୀତ ହୋଇ ଅନ୍ୟ|ୟ, ଅତ୍ୟାଚାର , ପାପଚାର, ଭ୍ରଷ୍ଠାଚାର , ଚୋରି, ଡକାୟତି, ଦୁଷ୍କର୍ମର ମାନବ ଲିପ୍ତ |
ଗୀତାରେ ମଧ୍ୟ କୁହାଯାଇଛି – ଜଦା ଯଦ୍ୱାହୀରଧର୍ମାସ୍ୟା ଗ୍ଲାନିର ଭବତୀ ଭାରତ…. ଅର୍ଥାତ ଯେତେବେଳେ ଧର୍ମର ଗ୍ଳାନି ହୁଏ ସେତେବେଳେ ମୁ (ପରମାତ୍ମା) ଧରାପୃଷ୍ଠରେ ଅବତାରଣା କରେ | ବର୍ତମାନ ସେହି ସମୟ ଆଗାତପ୍ରାୟ | ଆଜି ପ୍ରତେକ ମନୁଷ୍ୟର ଜୀବନକ୍ଷେତ୍ର କୁରୁକ୍ଷେତ୍ର ପାଲଟି ଯାଇଛି | ତାର ବିଚାର ଭାବନା ଓ କର୍ମ କଳୁଷିତ ହୋଇ ତାକୁ, ନିନ୍ଦା, ଅପବାଦ, ନିର୍ଯାତନା, ଦୁଃଖ, ଆସନ୍ତି ଓ କଷ୍ଟ ଦେଉଛି | ପ୍ରତେକଙ୍କ ଜୀବନ ଆଜି ଵିଷାଦଗ୍ରତ | ଏହିଭଳି ସମସ୍ୟାର ସମାଧାନ ପାଇଁ ଦରକାର – ଆତ୍ମଶୁଦ୍ଧିକରଣ |
ବିଶ୍ୱକୁ ଆଧ୍ୟାତ୍ମିକ ଶକ୍ତିରୂପୀ ଅକ୍ସଶିଜ଼ନ ଆବଶ୍ୟକ | ଶାନ୍ତି ଓ ଶକ୍ତି ପାଇବାପାଇଁ ମନୁଷ୍ୟ ପରମାତ୍ମା ବା ଭଗବାନକର ସ୍ମରଣ କରିବା ଉଚିତ | ମାତ୍ର ସେ ନିଜର ପ୍ରକୃତ ପରିଚୟ ସମ୍ବନ୍ଧରେ ଆଂଜ୍ଞା ଆଟେ | ସେ ଯେତେବେଳେ ନିଜକୁ ଚିନ୍ହି ନାହିଁ, ସେତେବେ ସେ ତାର ବାପାଙ୍କୁ ଚିନ୍ହିବ କିପରି ଏବଂ ତାର ବାପା ସହିତ ସ୍ନେହ , ପ୍ରୀତି , ଶ୍ରଦ୍ଧା ସ୍ଥାପନ କରି ଶାନ୍ତି ଓ ଶକ୍ତି ପାଇବା କିପରି ? ଯେପରି ପାୱରହାଉସ (power house ) ର ବିଜୁଳି ତାର ସହିତ ଘରର ତାର ଯୋଡିବାକୁ ହେଲେ ଉଭୟ ତାରର ଉପରିସ୍ଥ ରବରକୁ କିଛି ଅଂଶ ବାହାର କରି ଯୋଡିବାକୁ ହୁଏ | ନଚେତ ତା ମଧ୍ୟ ଦେଇ ବିଜୁଳିଶକ୍ତିର ପ୍ରବାହ ହୋଇ ପାରିବ ନାହିଁ , ସେହିପରି ଦେହ ଅଭିମାନରୂପୀ ରବର (ବିକାର) କୁ ଅଲଗା ନକଲେ ପରମାତ୍ମାଙ୍କ ସହିତ ଯୋଗ ଲାଗିବ ନାହିଁ ବା ଭଗବାନଙ୍କ ଠାରୁ ଶାନ୍ତି ଓ ଶକ୍ତି ମିଳିବ ନାହିଁ | ତେଣୁ ଅଭିମାନକୁ ତ୍ୟାଗ କରି ନିଜକୁ ଜ୍ୟୋତି ସୋରୁପ ‘ଆତ୍ମା’ ନିଶ୍ଚୟ କରି ଜୋତିସୋରୁପ ଭଗବାନ ପରମପିତା ପରମାତ୍ମା ଶିବଙ୍କୁ ସ୍ମରଣ କଲେ ମୁଖ୍ୟ ଶକ୍ତିକେନ୍ଦ୍ର (main power house ) ରୁ ଅର୍ଥାତ ଶାନ୍ତିର ସାଗର , ଅନାଦର ସାଗର , ସର୍ବଶକ୍ତିମାନ ପରମ ପିତା ପରାମତମ କା ନିକଟରୁ ଶାନ୍ତି, ଶକ୍ତି ଓ ଆନନ୍ଦ ମିଳିପାରିବ | ଶରୀର ମଧ୍ୟରେ ଯେଉଁ ‘ଆତ୍ମା’ ରହିଛି ତାକୁ କେବଳ ଜ୍ଞାନଚଷୁ ଦ୍ବାରା ଦେଖିବାକୁ ହେବ | ତାହେଲେ ହୃଦୟରେ ମୋହ , ମମତା , ଆସକ୍ତି ଆଦି ଏବଂ ଦୃଷ୍ଟି ବୃତିରେ କାମନାର ଉଦ୍ରେକ ହୋଇପାରିବ ନାହିଁ |
ଆମର ସବୁକିଛି ଚିନ୍ତା ବା ବୋଝକୁ ପରମାତ୍ମାଙ୍କୁ ଦେଇ ତାଙ୍କୁ ମାତା, ପିତା, ଶିକ୍ଷକ, ସଖା, ବନ୍ଧୁ, ସ୍ୱାମୀ, ରୂପେ ସମ୍ବନ୍ଧରେ ଆଣିଲେ ଶାନ୍ତି ଓ ଶକ୍ତି ପାଇପାରିବେ | ଏଥିସହିତ ଦିବ୍ୟଗୁଣ ଧାରଣ, ତ୍ୟାଗ ଓ ତପଶ୍ୟା ର ନିହାତି ଆବଶ୍ୟକ | ମାନବର ଦୈନଦିନ ଜୀବନରେ ସହନଶୀଳତା , ସଂତୁଷ୍ଟତା , ନମ୍ରତା, ମଧୁରତା ଆଦି ଗୁଣ ପ୍ରତିଫଳିତ ହେବା ଉଚିତ ଯେ ମୁ ‘ଆତ୍ମା’ ଶାନ୍ତିର ସାଗରରୁ ପରମପିତା ପରମାତ୍ମା ଶିବଙ୍କ ସନ୍ତାନ ଅଟେ | ମୋତେ ସର୍ବଦା ଶାନ୍ତ ସ୍ୱରୂପ ରହିବ ଉଚିତ |
ନିଜଦ୍ୱାରା ଶାନ୍ତିର ବରଦାନ ଦିଅ | ମୁଖାଦ୍ୱାରା ଶାନ୍ତି ସ୍ୱରୂପର ସ୍ମୃତି ଆଣିଦିଅ | ସଂକଳପଡିବାର ଅଶାନ୍ତିର ବାତାବରଣକୁ ଏଡାଇଦିଅ | ମୁ ଏକ ସନ୍ତସ୍ୱରୂପ ଆତ୍ମା, ମନ ଭିତରେ ଉଚ୍ଚାରିତ ହେଉ ବାରମ୍ବାର | ସୁତରାଂ ମନ, ମତ ଓ ପରାମତ କୁ ଭୁଲି ଭଗବାନଙ୍କ ମତରେ ଯାଇ ଭାରତକୁ ପୁନର୍ବାର ସୁଖ , ଶାନ୍ତି, ଶକ୍ତିରେ ଭରପୁର କରି ୨୧ ଜନ୍ମ ପାଇଁ ଶାନ୍ତିରେ ରହିବା |
